Episodes

  • ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ଉଚିତ। ମୀନା ଅଡିଓ ସିରିଜର 'ବୁଦ୍ଧିଆର ବୁଦ୍ଧି' ଅଧ୍ୟାୟରେ ପିଲାଙ୍କ ପ୍ରତିଭାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦିଆଯାଇଛି।

  • ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • Missing episodes?

    Click here to refresh the feed.

  • ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି ଅଦ୍ୟଶ୍ୟ ଜୀବାଣୁ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥା'ନ୍ତି। ମୀନା ଅଡିଓ ସିରିଜ "ଦିଦିଙ୍କ ଚିଠି" ଅଧ୍ୟାୟରେ ସାବୁନ ହାତ ଧୋଇ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ କରାଯାଇଛି।

  • ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା ଫଳରେ ଦେହ ହାତରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ମୀନା ଅଡିଓ ସିରିଜ 'ହାତ ବଢ଼ାଅ' ଅଧ୍ୟାୟରେ ଦୂଷିତ ଜଳର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।

  • ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର ସାଙ୍ଗ ମିଲି ଦୌଡ଼ ପ୍ରତିଯୋଗିତାରେ ହାରି ଯାଇଛି।

  • ପାଠ ପଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହିଛି। ଉପଯୁକ୍ତ ବୟସରେ ପାଠ ପଢ଼ିବା ଫଳରେ ପିଲାମାନଙ୍କର ପାଠରେ ମନ ଲାଗିଥାଏ। ସଠିକ ସମୟରୁ ବିଦ୍ୟା ଗ୍ରହଣ କରୁଥିବା ପିଲାମାନେ ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ହୋଇଥା'ନ୍ତି। କେଉଁ ସମୟରେ କେଉଁ ନିର୍ଣ୍ଣୟ ନିଆଯିବ ସେ ବାବଦରେ ସେମାନେ ଅବଗତ ଥା'ନ୍ତି। ତେଣୁ ବିଦ୍ୟାଳୟରେ ୬ ବର୍ଷ ବୟସରୁ ପିଲାମାନଙ୍କର ନାମ ଲେଖାଯାଏ। ମୀନା ଅଡିଓ ସିରିଜ "ଆଜିର ତାଜା ଖବର" ଅଧ୍ୟାୟରେ ଠିକ ବୟସରେ ପାଠ ପଢ଼ା ଉପରେ ଗୁରୁତ୍ୱ ଦିଆଯାଇଛି।

  • ଆତ୍ମବିଶ୍ଵାସ ମଣିଷକୁ ଉଚ୍ଚ ଶୀର୍ଷରେ ପହଞ୍ଚାଇ ଥାଏ। ନିଜ ମନରେ କିଛି କରି ପାରିବାର ସାହସ ହିଁ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଏ। ଅନ୍ୟମାନଙ୍କ ବିଶ୍ଵାସ ଅପେକ୍ଷା ନିଜ ମନୋବଳ ଦୃଢ଼ ରହିଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୀନ ଅଡିଓ ସିରିଜର ଏହି ଅଧ୍ୟାୟରେ ଆତ୍ମବିଶ୍ଵାସୀ ହେବାକୁ ବାର୍ତ୍ତା ଦିଆଯାଇଛି।

  • ଜ୍ୱର, ସର୍ଦ୍ଦି ହେଉ ଅବା ଯେକୌଣସି ବେମାରୀ ହେଉ ସବୁବେଳେ କେବଳ ଡାକ୍ତର ଓ ନର୍ସ ଦିଦିଙ୍କୁ ଦେଖାଇବା ଦରକାର। ଡାକ୍ତରଙ୍କ ପରାମର୍ଶ ଯେତେ ଜଲଦି କଲେ ରୋଗ ମଧ୍ୟ ସେତେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ। ଗାଁ ବଇଦ କିମ୍ବା ଝଡ଼ା ଫୁଙ୍କାରୁ ଦୂରେଇ ରହନ୍ତୁ। ମାନା ଅଡିଓ ସିରିଜର ଏହି ଅଧ୍ୟାୟରେ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କୁହାଯାଇଛି।

  • ପୁଅ ହେଉ କି ଝିଅ, ବିଦ୍ୟାଳୟକୁ ସମସ୍ତେ ପାଠ ପଢ଼ିବାକୁ ଆସନ୍ତି। ତେଣୁ ପୁଅ ଝିଅ ଭିତରେ ଫରକ କ'ଣ? ବିଦ୍ୟାଳୟରେ ସମସ୍ତଙ୍କୁ ନିଜ କହିବାର ଅଧିକାର ରହିଛି। ଉପହାସକୁ ଡରି ନିଜର ବିଚାର ପ୍ରକାଶ ନକରିବା ଭଲ କଥା ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ନଡରି ନିଜ ବିଚାରକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି।

  • କଥା ଶୁଣିବା ବେଳେ ଧ୍ୟାନ ଦେବା ଦରକାର। ଅନ୍ୟମନସ୍କ ହେବା ବିଲକୁଲ ଠିକ ନୁହେଁ। ଏହାସହ ଯାହା ବି ଶୁଣିବ ମନେ ମନେ କିମ୍ବା ଜୋରରେ ଦୋହରାଇବା ଉଚିତ। ଏହା ଦ୍ୱାରା ଶୁଣିବା କଥାକୁ ଆମେମାନେ କେବେବି ଭୁଲିବା ନାହିଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ କଥା ଶୁଣିବା ବେଳେ ଅନ୍ୟମନସ୍କ ନହେବାକୁ ବାର୍ତ୍ତା ଦିଆଯାଇଛି।

  • ପ୍ରତିଦିନ ସ୍କୁଲ ଗଲେ ଏବଂ ନିଜ ସ୍କୁଲକୁ ଭଲ ପାଇଲେ ବହୁତ କିଛି ଶିଖି ପାରିବା। ଭଲ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫତା ହାସଲ କରିପାରିବ। ସବୁଦିନ ସ୍କୁଲକୁ ଆସିବାର ଅର୍ଥ ସଫଳତାର ପାହାଚ ଚଢ଼ିବା। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ପ୍ରତିଦିନ ସ୍କୁଲ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ଶୌଚାଳୟ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଶୌଚାଳୟ ବ୍ୟବହାର କରିସାରିବା ପରେ ପୂରା ଡବା ପାଣି ନଢାଳିଲେ, ରୋଗ ଜୀବାଣୁ ବ୍ୟପିବା ସହିତ ଶୌଚାଳୟ ଦୁର୍ଗନ୍ଧ ହୋଇଥାଏ। ସେହିପରି ପାଣି ଢାଳିବା ଦ୍ୱାରା ମଶାମାନଙ୍କ ବଂଶ ବୃଦ୍ଧି ହୋଇଥାଏ। ଫଳରେ ମ୍ୟାଲେରିଆ ହେବାର ମଧ୍ୟ ଆଶଙ୍କା ଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚାଳୟ ସଫା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ଶୌଚଳୟ ଯିବା ସମୟରେ ଚପଲ ପିନ୍ଧିବା ବହୁତ ଜରୁରୀ। କାରଣ ଶୌଚାଳୟରେ ଣେଶଗ ଜୀବାଣୁ ଥା'ନ୍ତି। ଆମେ ଖାଲି ପାଦରେ ଶୌଚାଳୟ ଗଲେ ଏହି ଜୀବାଣୁ ଆମ ଶରୀର ଭିତରକୁ ଆସି ରୋଗ ସୃଷ୍ଟି କରିଥାନ୍ତି। ତେଣୁ ଶୌଚଳୟକୁ ଚପଲ ପିନ୍ଧି ଯିବା ଉଚିତ୍। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚଳୟକୁ ଚପଲ ପିନ୍ଧି ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ଆମେ ସମସ୍ତେ ସମାନ। ଜାତି, ଧର୍ମ ଭଳି ବିଷୟରୁ ଆମକୁ ଦୂରେଇ ରହିବା ଦରକାର। ମଣିଷର ପରିଚୟ ତାହା କାମକୁ ନେଇ ହୋଇଥାଏ, ଜାତିକୁ ନେଇ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଜାତିଭେଦ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ସମାଜକୁ ବାର୍ତ୍ତା ଦିଆଯାଇଛି।

  • ବିଡ଼ି, ତମାଖୁ ଆଦି ଦ୍ରବ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ବଡ଼ ବଡ଼ ରୋଗ ହୋଇଥାଏ। ତମାଖୁ ସେବନ ପାଇଁ କେହି ବାଧ୍ୟ କରୁଛନ୍ତି, ତେବେ ଜାଣି ଶୁଣି କିଭଳି ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା? ମାନା ଅଡିଓ ସିରିଜରେ ତମାଖୁ ସେବନ ନକରିବା ପାଇଁ ବାର୍ତ୍ତା ଦିଆଯାଇଛି। ଯଦି କେହି ବାଧ୍ୟ କରୁଛନ୍ତି, ତେବେ ମନା କରିବା ସହିତ ତାକୁ ମଧ୍ୟ ତମାଖୁ ଛାଡ଼ିବା ପାଇଁ ଉପଦେଶ ଦେବା ଦରକାର।

  • ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ଆମ ଖାଦ୍ୟରେ ସବୁଜ ପନିପରିବା, ଡାଲି, ମାଛ, ମାଂସ, ଅଣ୍ଡା, ଗୁଡ଼ ଆଦି ରହିବା ଦରକାର। ଏହି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କେଶ ଲମ୍ବା ହୋଇଥାଏ ଓ ଚେହେରାରେ ମଧ୍ୟ ଚମକ ଆସିଥାଏ। ମୀନା ଅଡ଼ିଓ ସିରିଜର ଏହି ଅଧ୍ୟାୟରେ ସୁଷମ ଖାଦ୍ୟ ଖାଇବା ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ଶରୀରରେ ରୋଗ ସୃଷ୍ଟି ହେବାର ଏକ ମାଧ୍ୟମ ହେଉଛି ଆମ ହାତ। ତେଣୁ ଖାଇବା ପୂର୍ବରୁ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ନଚେତ ମଇଳା ହାତ ଦେଇ ରୋଗ ଜୀବାଣୁ ଆମ ପେଟକୁ ଯାଇଥାଏ ଏବଂ ସୃଷ୍ଟି କରିଥାଏ। ହାତ ଧୋଇବା କାହିଁକି ଆବଶ୍ୟକ ଏବଂ ହାତ ଧୋଇବାର ପ୍ରଣାଳୀ ବିଷୟରେ ୟୁନିସେଫ୍ ମୀନା ଅଡିଓ ସିରିଜରେ କୁହାଯାଇଛି।

  • ବାହାରେ ଶୌଚ କରିବା ଏକ ଖରାପ ଅଭ୍ୟାସ। ଏହା ଫଳରେ ଅନେକ ରୋଗ ଜୀବାଣୁ ଶରୀର ଭିତରକୁ ଯାଇ ରୋଗ କରାନ୍ତି। ସେହିପରି ପରିବେଶ ପ୍ରଦୂଷିତ ହେବା ଫଳରେ ଅନ୍ୟମାନେ ମଧ୍ୟ ରୋଗର ଶିକାର ହୁଅନ୍ତି। ତେଣୁ ପାଇଖାନା ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ମଧ୍ୟ ଶୌଚାଳୟ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ମୀନା ଅଡିଓ ସିରିଜ ଅଧ୍ୟାୟରେ ଶୌଚାଳୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

  • ଜାତିଭେଦ ଏକ କୁତ୍ସିତ ସାମାଜିକ ପ୍ରଥା। ଅନ୍ୟକୁ ଛୋଟ ଜାତି ଭାବେ ପରିହାସ କରିବା ଅନୁଚିତ। ମଣିଷପଣିଆକୁ ଚିହ୍ନିବାକୁ ହେବ, ଜାତିକୁ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସମାନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।